ସାହିଲ କୁମାର ଦାସ ଏକ ଧାରରେ ଜଣେ ଲେଖକ, ବ୍ଲଗର ଓ ସାହିତ୍ୟିକ

ବ୍ୟସ୍ତ ବହୁଳ ଜୀବନ ଭିତରେ ସମସ୍ତେ ନିଜ ନିଜ କାର୍ଯ୍ୟବ୍ୟସ୍ତତା ଭିତରେ ମସଗୁଲ. ଇଚ୍ଛା ଓ ଆତ୍ମବିଶ୍ଵାସ ଯେ ମଣିଷକୁ ଜନସମାଜରେ ଭିନ୍ନ ଏକ ପରିଚୟ ସୃଷ୍ଟି କରିପାରେ ଏଥିରେ ସନ୍ଦେହ ନାହିଁ. ଜନ୍ମ ନେବା ନିତିଦିନିଆ ବ୍ୟସ୍ତତା ଭିତରେ କାଳାତିପାତ କରି ମରିଯିବା ଜୀବନ ନୁହେଁ. ଜୀବନ ଓ ମରଣ ଭିତରେ ନିଜକୁ ସଭ୍ୟ ସମାଜରେ ପ୍ରତିଷ୍ଠିତ କରାଇବାର କୌଶଳ ହେଉଛି ସବୁଠୁ ନିଆରା. ଆମ ଚାରିପାଖରେ ରହିଥିବା କେତେକ ମଣିଷଙ୍କୁ ଆମେ ଚିହ୍ନି ପାରୁନା ଯିଏ ଅସାଧାରଣ ପ୍ରତିଭାର ଅଧିକାରୀ ହୋଇ ସୁଦ୍ଧା ସାଧାରଣ ଜୀବନ ବ୍ୟତୀତ କରିଥାନ୍ତି. ଆଜି ଆମେ interview ନେଇଥିବା ଅସାଧାରଣ ବ୍ୟକ୍ତିତ୍ୱ ହେଉଛନ୍ତି ସାହିଲ କୁମାର ଦାସ. ଯାହାଙ୍କ ପ୍ୟାସନ ଓ ପ୍ରଫେସନ ଦୁହିଁଙ୍କ ଭିତରେ ଆକାଶ ପାତାଳ ଫରକ. କିନ୍ତୁ ନିଜ ପ୍ୟାସନକୁ ନିଆରା ଢଙ୍ଗରେ ଉପଯୋଗ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି. ଓଡିଶାର ଖୋର୍ଦ୍ଧା ଜିଲ୍ଲାରେ ଅବସ୍ଥିତ ହୀରାପୁର ନାମକ ଗ୍ରାମରେ ୧୯୯୯ ମସିହାରେ ତାଙ୍କର ଜନ୍ମ. ପିଲାଟି ଦିନକୁ ସାହିତ୍ୟ ସର୍ଜନା କରିବାରେ ସେ ବେଶ ନିପୁଣ. ତାଙ୍କ ଲେଖନୀ ହିଁ ତାଙ୍କୁ ଦେଇଛି ଭିନ୍ନ ଏକ ପରିଚୟ. ପିଲାଟି ଦିନରୁ ଅତ୍ୟନ୍ତ ଗୌରବମୟ ରହିଛି. ସେ ନିଜ ଲେଖା ପାଇଁ ସ୍କୁଲ, ହାଇସ୍କୁଲ ଓ କଲେଜରେ ସୁଉଚ୍ଚ ପ୍ରଶଂସାର ପାତ୍ର ଓ ଅନେକ ମାନପତ୍ରର ବିଜେତା.
ସେ ୨୦୧୪ ମସିହାରେ ମେଟ୍ରିକୁଲେସନ ପାସ କରି ଉଚ୍ଚ ଶିକ୍ଷା ଗ୍ରହଣ କରିବାରେ ମନୋନିବେଶ କରନ୍ତି. ଏହାପରେ ସେ ୨୦୧୬ ମସିହାରେ ନିଜର କଲେଜ କ୍ୟାରିଅର ସଫଳତା ପୂର୍ବକ ସମାପ୍ତ କରି ଅଧିକ ଉଚ୍ଚ ଶିକ୍ଷା ନିମନ୍ତେ ପୁନେ ଯିବାକୁ ପଡେ.

ସେ କୁହନ୍ତି ଯେ ପିଲାଟି ଦିନରୁ ତାଙ୍କର କମ୍ପ୍ୟୁଟର ଓ ଟେକ୍ନୋଲୋଜି ପ୍ରତି ପ୍ରବଳ ଆଗ୍ରହ ଥିଲା. ସେ ନିଜକୁ କମ୍ପ୍ୟୁଟର ଇଂଜିନିୟର ରୂପେ ଦେଖିବାକୁ ଚାହୁଁ ଥିଲେ. କିନ୍ତୁ ବୋଧହୁଏ ଭାଗ୍ୟ ତାଙ୍କ ପାଇଁ କିଛି ନିଆରା ସଫଳତାର ପଥ ଖୋଲିଥିଲା. ସଫଳତା ପୂର୍ବକ ସେ ନିଜର +୨ ଶେଷ କରିବା ପରେ ଡିପ୍ଲୋମା ଇନ କମ୍ପ୍ୟୁଟର ଆପ୍ଲିକେସନ, ଜାଭା, ଏଚ.ଟି.ଏମ.ଏଲ, ଏବଂ ନେଟୱର୍କିଙ୍ଗରେ ମନଯୋଗ ଦେଇ ସଫଳତା ପୂର୍ବକ ଶିକ୍ଷା ମାନପତ୍ର ହାସଲ କରିଥିଲେ. ଏତିକିରେ ତାଙ୍କର ମନ ଥକି ନଯାଇ ଅଧିକ ଟେକ୍ନୋଲୋଜି ଜ୍ଞାନ ହାସଲ ନିମନ୍ତେ ଟାଣି ନେଇଥିଲା ପୁନେ. ପୁନେ ସହରରେ ସେ ପ୍ରାୟ ଏକ ବର୍ଷ ରହି ସେଠାରେ ଆପଲ ଟେକ ନାମକ ସୁନାମଧନ୍ୟ ସଂସ୍ଥାରେ ସି.ଏଚ.ଇ ଡିଗ୍ରୀ ହାସଲ କରିଥିଲେ. ଏହାପରେ ସେ ପୁନଃ ଓଡିଶା ଫେରି ଆସି ନିଜର +୩ ପଢ଼ା ଜାରି ରଖିଥିଲେ. ଏହାପରେ ସେ ପୁନଃ ଓଡିଶା ଛାଡି ମୁମ୍ବାଇ ଚାଲିଗଲେ ଯେଉଁଠାରେ ତାଙ୍କର କର୍ମ ଜୀବନ ଆରମ୍ଭ ହୋଇଥିଲା. ସେ ନିଜର ପ୍ରଚେଷ୍ଟା ବଳରେ ଆଡ଼ଭାନ୍ସ ନେଟୱର୍କିଙ୍ଗ ଇନ୍ଫ୍ରାଷ୍ଟ୍ରକ୍ଚରର ଆବିଷ୍କାର କରିଥିଲେ.

ନାମ : ସାହିଲ କୁମାର ଦାସ
ଜନ୍ମ ସ୍ଥାନ : ହୀରାପୁର, ଖୋର୍ଦ୍ଧା, ଓଡିଶା
ଶିକ୍ଷାଗତ ଯୋଗ୍ୟତା : PG, CHE, DCHE, D.CCNA
ପ୍ରଫେସନ : ଲେଖକ, ବ୍ଲଗର
ରୁଚି : ସାହିତ୍ୟ ସର୍ଜନା
ଲିଖିତ ବହି : ଲୋକନୃତ୍ୟ ଡାଲଖାଇ, ଦଣ୍ଡନୃତ୍ୟର ବିକାଶଧାରା ଓ ଆଧୁନିକ ଓଡିଶା, ତୁମେ ଗଲା ପରେ, କେଳା ସମ୍ପ୍ରଦାୟର ଉତ୍ପତ୍ତି

କିନ୍ତୁ ତାଙ୍କ ବ୍ୟକ୍ତିଗତ କାରଣରୁ ସେ ସେହି ଆବିଷ୍କାର ଟିକୁ ଲୋକଲୋଚନାକୁ ଆଣିବା ପାଇଁ ଚାହିଁ ନଥିଲେ. ଯଦ୍ୱାରା ତାଙ୍କ ଆବିଷ୍କାର କେବେ ହେଲେ ଲୋକ ଲୋଚନକୁ ଆସି ପାରିଲା ନାହିଁ. ସେଠାରେ ସେ ପ୍ରାୟ ୨ ବର୍ଷ କାର୍ଯ୍ୟ କରିବା ଭିତରେ ଅନେକ କିଛି ଶିଖି ଥିଲେ. ଯଦ୍ୱାରା ପ୍ରାୟ ଦୁଇ ବର୍ଷ ପରେ ସେ ଓଡିଶା ଫେରି ଆସିଲେ ଏବଂ ଆରମ୍ଭ କରେ ନିଜର ୱେବସାଇଟ. ଏହି website ଜରିଆରେ ସେ ଓଡିଶାର ଛାତ୍ରଛାତ୍ରୀ କିପରି ନିଜର ମାଗଣାରେ ସୁଶିକ୍ଷା ଉପଲବ୍ଧି କରିପାରିବେ ସେଥିପାଇଁ ମନୋନିବେଶ କଲେ. ପ୍ରାୟ ୨ ବର୍ଷର ଦୃଢ ମନୋବଳ ଓ ଖୁବ ପରିଶ୍ରମ ବଳରେ ନିଜକୁ ସଫଳ ବ୍ଲଗର ରୂପେ ପରିଗଣିତ କରାଇ ପାରିଲେ. ସେ ନିଜ ଭବିଷ୍ୟତରେ ଜଣେ ମାଗାଜିନ ସଂସ୍ଥାର ମାଲିକ ରୂପେ ଦେଖିବାକୁ ଚାହାନ୍ତି ବୋଲି କହିଛନ୍ତି. ତାଙ୍କର ସଫଳ ୱେବ୍ସାଇଟ ଜରିଆରେ ହଜାର ହଜାର ଓଡିଶାର ଛାତ୍ର ଛାତ୍ରୀ ଉପକୃତ ହେଉଛନ୍ତି. ଇଣ୍ଟରଭିଉ ସମୟରେ ସେ ନିଜ ମାଗାଜିନ ସମ୍ପର୍କରେ ସମ୍ୟକ ସୂଚନା ଦେଇ କହିଛନ୍ତି ଯେ ତାଙ୍କ ଦ୍ୱାରା ଲିଖିତ ମାଗାଜିନ ଓଡିଶାର ଶିକ୍ଷା ଦିଗରେ ଭିନ୍ନ ଏକ ପରିବର୍ତ୍ତନ ଆଣିବା ସହ ଶିକ୍ଷା କ୍ଷେତ୍ରରେ ସହାୟକ ମଧ୍ୟ ହେବ.