Maa Tume Jagatara Saha Bharasa Lyrics

ମାଆ ତୁମେ ଜଗତର ସାହା ଭରଷା
ମାଆ ତୁମେ ଜଗତର ସାହା ଭରଷା
କହିକି ପାରିବ ସତେ
କାହାକୁ କନ୍ଦାଇ କାହିଁ କାହାକୁ ହସାଅ
ମାଆ ତୁମେ ଜଗତର ସାହା ଭରଷା ||
ସଂସାରରେ ସବୁ ପରା ଅଟେ ତୁମ ଲୀଳ|

Maa Tume Jagatara Saha Bharasa Lyrics

କୂଳ ପାଏ ନାହିଁ ମାଆ ମୋ ମନର ଭେଳା
ସଂସାରରେ ସବୁ ପରା ଅଟେ ତୁମ ଲୀଳା
କୂଳ ପାଏ ନାହିଁ ମାଆ ମୋ ମନର ଭେଳା
ଏତେ ବଡ଼ ଦୁନିଆଁରେ କିଏବା କାହାର ||
ଏତେ ବଡ଼ ଦୁନିଆଁରେ କିଏବା କାହାର
କିଏବା ନିଜର ପୁଣି , କାହାକୁ ମଣିବି ପର
ଏଯେ ଧୂଳିଘର
ମାଆ ତୁମେ ଜଗତର ସାହା ଭରଷା ||
ଯିଏ ଯାହା ଖୋଜିଥାଏ ପାଏନାହିଁ ତାହା

ଭାଗ୍ୟର ଲିଖନୀ ତୁମେ ଧରିଅଛ ମାଆ
ଯିଏ ଯାହା ଖୋଜିଥାଏ ପାଏନାହିଁ ତାହା
ଭାଗ୍ୟର ଲିଖନୀ ତୁମେ ଧରିଅଛ ମାଆ ||
ସୁଖ ଦୁଃଖ ତୁମ ଦାନ ତୁମରି କରୁଣା
ସୁଖ ଦୁଃଖ ତୁମ ଦାନ ତୁମରି କରୁଣା
ଉଡଇ ଦେଉଳେ ପରା ତୁମରି ଅନ୍ତର ସିନା ||
ଅଦେଖା ଅଜଣା
ମାଆ ତୁମେ ଜଗତର ସାହା ଭରଷା ||
ସବୁ ଦେଖୁଅଛ ତୁମେ ପାଖେ ପାଖେ ରହି

ଏ ମଣିଷ ପାପ ପୁଣ୍ୟ ଯାହା କରୁଥାଇ
ସବୁ ଦେଖୁଅଛ ତୁମେ ପାଖେ ପାଖେ ରହି
ଏ ମଣିଷ ପାପ ପୁଣ୍ୟ ଯାହା କରୁଥାଇ ||
କରି କରାଉଛ ସବୁ , ସବୁତ ତୁମର
କରି କରାଉଛ ସବୁ , ସବୁତ ତୁମର
କ୍ଷମାର ସାଗର ତୁମେ, ଜନନୀ ଆମର
ଆହାକି ସୁନ୍ଦର
ମାଆ ତୁମେ ଜଗତର ସାହା ଭରଷା ||

ମାଆ ତୁମେ ଜଗତର ସାହା ଭରଷା
କହିକି ପାରିବ ସତେ
କାହାକୁ କନ୍ଦାଇ କାହିଁ କାହାକୁ ହସାଅ
ମାଆ ତୁମେ ଜଗତର ସାହା ଭରଷା
ମାଆ ତୁମେ ଜଗତର ସାହା ଭରଷା ||

Maa Tume Jagatara Saha Bharasa Lyrics

Lyrics NameMaa Tume Jagatara Saha Bharasa
LyricistSurendra Bidyadhar
SingerBishnu Mohan Kabi
MusicBashudev Rath
MovieArati

Related Content